ଇଣ୍ଡିଗୋ କମ୍ପାନୀର ସିଇଓ ପିଟର୍ ଏଲବର୍ସ ମଙ୍ଗଳବାର ଘୋଷଣା କରିଛନ୍ତି ବର୍ତ୍ତମାନ ଇଣ୍ଡିଗୋର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି ଏବଂ ବିମାନ ଚଳାଚଳ ଧିରେ ଧିରେ ସ୍ୱାଭାବିକ ହେଉଛି ।  ସେ ଏକ ଭିଡ଼ିଓ ଜରିଆରେ , ବାତିଲ ଯୋଗୁଁ ହୋଇଥିବା ଅସୁବିଧା ପାଇଁ ଯାତ୍ରୀମାନଙ୍କଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏକ ବଡ଼ କାର୍ଯ୍ୟକ୍ଷମ ବାଧା ଘଟିବା ସମୟରେ ଆମେ ଆପଣଙ୍କୁ ନିରାଶ କରିଛୁ ଏବଂ ଏଥିପାଇଁ ଆମେ ଦୁଃଖିତ ବୋଲି ସେ କହିଛନ୍ତି।ବିମାନ କମ୍ପାନୀ ନିଶ୍ଚିତ କରିଛି ଯେ ଏହାର ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଫସି ରହିଥିବା ଏବଂ ବିଳମ୍ବ ହୋଇଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବ। ଟଙ୍କା ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିଲା ଏବଂ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମଧ୍ୟ କରାଯାଉଛି , ଟିମ୍ ଗୁଡ଼ିକ ବିମାନବନ୍ଦରରେ ଫସି ରହିଥିବା ଅଧିକାଂଶ ବ୍ୟାଗ ଫେରାଇବା ପାଇଁ କାମ କରୁଛନ୍ତି ଏବଂ ବାକି ବିତରଣ ପ୍ରକ୍ରିୟା ଯଥା ଶୀଘ୍ର କରାଯିବ ବୋଲି ଏଲବର୍ସ ଆଶା ରଖିଛନ୍ତି । ସେ ସମସ୍ତ ଯାତ୍ରୀମାନଙ୍କୁ କମ୍ପାନୀ ଉପରେ ବିଶ୍ୱାସ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏହି କଷ୍ଟକର ସମୟରେ ଧୈର୍ଯ୍ୟ, ସମର୍ଥନ ଓ ବୁଝାମଣା ପାଇଁ ସେ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here