ଶ୍ରୀକ୍ଷେତ୍ର ପୁରୀରେ ଲଜ୍ଜା । ୫ ବର୍ଷର ନାବାଳିକାକୁ ବି ଛାଡିଲେନି । ପୁରୀ ଟାଉନଥାନା ଅଞ୍ଚଳରେ ଘରେ ଏକୁଟିଆ ଖେଳୁଥିବାବେଳେ ଶିଶୁକନ୍ୟାକୁ ଛାତ ଉପରକୁ ନେଇ ଦୁଷ୍କର୍ମ କରିଛି ଅଭିଯୁକ୍ତ ମହେଶ ମହାନ୍ତି । ଗୁରୁତ୍ତର ଅବସ୍ଥାରେ ଶିଶୁକନ୍ୟାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଦୁଷ୍କର୍ମ ମାମଲାରେ ପୋଲିସ ଆରମ୍ଭ କରିଛି ତଦନ୍ତ । ୪ଟି ଟିମ୍ ଗଠନ କରି ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ମହେଶ ମହାନ୍ତିର ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାବେଳେ ସେଠାକୁ ପୋଲିସର ଏକ ଟିମ୍ ଯାଇ ତନାଘନା କରୁଛି । ସେହିପରି ଅନ୍ୟଟିମ୍ ଗୁଡିକ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଭିଯୁକ୍ତକୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here