ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିସେମ୍ବର ୧୫ ରୁ୧୮ ପର୍ଯ୍ୟନ୍ତ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୧୫-୧୬ରେ ଜୋର୍ଡାନ ଗସ୍ତ କରିବେ। ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନ ଙ୍କ ନିମନ୍ତ୍ରଣ ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ଭେଟିବେ ଏବଂ ଭାରତ-ଜର୍ଡାନ ସମ୍ପର୍କ ସମୀକ୍ଷା କରିବେ ଏବଂ ଆଞ୍ଚଳିକ ବିକାଶ ଉପରେ ମତାମତ ବାଣ୍ଟିବେ। ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୧୬-୧୭ରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମଦ ଅଲିଙ୍କ ନିମନ୍ତ୍ରଣରେ ଇଥିଓପିଆ ଗସ୍ତ କରିବେ । ଶେଷରେ ପ୍ରଧାନମନ୍ତ୍ରୀ ମୋଦି ଡିସେମ୍ବର ୧୭-୧୮ରେ ଓମାନର ମହାମହିମ ସୁଲତାନ ହାଇଥାମ ବିନ୍ ତାରିକଙ୍କ ନିମନ୍ତ୍ରଣରେ ଓମାନ ଗସ୍ତ କରିବେ।

LEAVE A REPLY

Please enter your comment!
Please enter your name here