ବାହାର ରାଜ୍ୟରେ ବହୁ ଓଡିଆ ଫସି ରହିଛନ୍ତି I ବହୁ ଶ୍ରମିକ, ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀ ବାହାର ରାଜ୍ୟରେ ଫସି ରହିଥିବା ବେଳେ ସେମାନଙ୍କୁ ସରକାର ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଗଲା ବୋଲି ଘୋଷଣା କରିଛନ୍ତି I ବାହାର ରାଜ୍ୟରୁ ଗାଁକୁ ଫେରିଲେ ପଞ୍ଚାୟତରେ ନାମ ପଂଜିକରଣକୁ ବାଧ୍ୟତାମୂଳକ କରିବା ସହ ପଂଚାୟତରେ କ୍ବାରେଣ୍ଟାଇନରେ 14ଦିନ ରହିବାକୁ ହେବ ବୋଲି କହିଛନ୍ତି I କ୍ବାରେଣ୍ଟାଇନ ଅବଧି ସରିଲେ ସେମାନଙ୍କୁ ସରପଞ୍ଚ ଦୁଇ ହଜାର ଟଙ୍କା ଲେଖାଁଏ ସହାୟତା ଯୋଗାଇ ଦେବେ I ଲକ୍ ଡାଉନ୍ ଉଠିବା ମାତ୍ରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକେ ରାଜ୍ୟକୁ ଫେରିବା ଆରମ୍ଭ କରିବେ I ଲୋକଙ୍କ ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି ଗ୍ରାମାଞ୍ଚଳରେ କରୋନା ନିୟନ୍ତ୍ରଣ ପାଇଁ ବଡ ପଦକ୍ଷେପ ନେଇଛନ୍ତି I

LEAVE A REPLY

Please enter your comment!
Please enter your name here