ମେସିଙ୍କୁ ଠିକରେ ଦେଖି ନପାରି କ୍ରୋଧରେ ଦର୍ଶକ ଷ୍ଟାଡିୟମରେ ଭଙ୍ଗାରୁଜା କରିଛନ୍ତି। ଶେଷରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହ ଲିଓନେଲ ମେସିଙ୍କ ସହ ତାଙ୍କର ସମର୍ଥକଙ୍କୁ କ୍ଷମା ମାଗିଛନ୍ତି। ଘଟଣାର ଯାଞ୍ଚ ପାଇଁ ସ୍ଵତନ୍ତ୍ର ତଦନ୍ତ କମିଟି ଗଠନ କରାଯାଇଛି। ଏସବୁ ମଧ୍ୟରେ କାର୍ଯ୍ୟକ୍ରମର ଆୟୋଜକ ସତଦ୍ରୁ ଦତ୍ତଙ୍କୁ ପୋଲିସ ଗିରଫ କରିଛି। ପ୍ରଶଂସକଙ୍କୁ ଆଶ୍ଵାସନା ଦିଆଯାଇଛି ଯେ, ସେମାନଙ୍କ ଟିକେଟ୍ ପଇସା ଫେରସ୍ତ କରାଯିବ। ପଶ୍ଚିମବଙ୍ଗର ଏଡିଜି ଆଇନ ଏବଂ ଶୃଙ୍ଖଳା ଜାଭେଦ ଶାମିମ କହିଛନ୍ତି, ଆମେ ବର୍ତ୍ତମାନ ମାମଲାର ତଦନ୍ତ କରୁଛୁ। କାହିଁକି ଏମିତି ସମସ୍ୟା ଉପୁଜିଲା, ତାର ଯାଞ୍ଚ କରୁଛୁ। ଏଫଆଇଆର ରୁଜୁ କରାଯାଇଛି। ଆମକୁ ଶାନ୍ତି ଫେରାଇ ଆଣିବାକୁ ପଡିବ । ଲୋକମାନେ ସୁରକ୍ଷିତ ଭାବରେ ଘରକୁ ଫେରିଛନ୍ତି,ଷ୍ଟାଡିୟମ ବାହାରେ କୌଣସି ଭଙ୍ଗାରୁଜା ମଧ୍ୟ ହୋଇନାହିଁ,ସମ୍ପୂର୍ଣ୍ଣ ଘଟଣାଟି ସଲ୍ଟ ଲେକ୍ ଷ୍ଟାଡିୟମରେ ହିଁ ହୋଇଥିଲା।ସେ କହିଛନ୍ତି ଘଟଣାରେ ଦାୟୀ ସମସ୍ତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ। ସେମାନଙ୍କ ଉପରେ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ଅଟକ ରଖାଯାଇଛି। ସମସ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ଏକ ବିସ୍ତୃତ କମିଟି ମଧ୍ୟ ଘଟଣା ଉପରେ ସମୀକ୍ଷା କରିବ। ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି ଏବଂ ଘଟଣାର ତଦନ୍ତ କରୁଛନ୍ତି। ଆୟୋଜକମାନେ ଲିଖିତ ଭାବରେ ଦେଇଛନ୍ତି ଯେ ସେମାନେ ବିକ୍ରି ହୋଇଥିବା ଟିକେଟ୍ ଫେରସ୍ତ କରିବେ।

LEAVE A REPLY

Please enter your comment!
Please enter your name here