ଏମିତି ପ୍ରଶ୍ନ କେହି କେବେ ପଚାରି ନଥିଲେ । 23 ବର୍ଷର ଶାସନ କାଳ ଭିତରେ ଜଣେ ଯୁବତୀଙ୍କୁ ନେଇ ନବୀନଙ୍କ ଆଡକୁ କେହି କେବେ ଆଙ୍ଗୁଠି ଦେଖାଇବାକୁ ସାହସ କରି ନଥିଲେ । ମାତ୍ର ଆଜି ବିରୋଧୀ ନବୀନଙ୍କ ସହ ଜଣେ ଯୁବତୀଙ୍କୁ ନେଇ ଆକ୍ଷେପ କରୁଛନ୍ତି । ନବୀନ ଇଟାଲି ଯାଇଥିବା ବେଳେ ଏହି ଯୁବତୀ ବି ତାଙ୍କ ସାଙ୍ଗରେ ଯାଇଥିଲେ । ଭାଟିକାନ ସିଟିରେ ପୋପଙ୍କୁ ନବୀନ ସାକ୍ଷାତ କଲାବେଳେ ସେ ବି ତାଙ୍କ ସାଙ୍ଗରେ ଥିଲେ । ପୋପଙ୍କୁ ସାକ୍ଷାତ ବେଳେ ନବୀନଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନ ଏବଂ ଏହି ଯୁବତୀ ଥିଲେ । ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀ ତାଙ୍କ ସାଙ୍ଗରେ ଏହି ଯୁବତୀଙ୍କୁ କାହିଁକି ନେଇଯାଇଥିଲେ ? ଖାଲି ସେତିକି ନୁହେଁ, ଏହି ଯୁବତୀଙ୍କୁ ସରକାରୀ କ୍ବାର୍ଟର ଯୋଗାଇ ଦିଆଯାଇଛି । ବିରୋଧୀ ଅଭିଯୋଗ କରିଛନ୍ତି, ଏହି ଯୁବତୀଙ୍କର କୁଆଡେ ନବୀନ ନିବାସକୁ ଅବାଧ ପ୍ରବେଶ । ଦଳୀୟ ନେତା, ମନ୍ତ୍ରୀ, ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ପାଉ ନଥିବା ବେଳେ ଏହି ଯୁବତୀ ଅନାୟାସରେ ନବୀନ ନିବାସରେ ପ୍ରବେଶ କରିପାରୁଛନ୍ତି । ଯୁବତୀଙ୍କୁ କେଉଁ କାର୍ଯ୍ୟରେ ନିୟୋଜିତ କରାଯାଇଛି ଏବଂ ସରକାର ତାଙ୍କ ପାଇଂ କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ବିରୋଧୀଙ୍କ ପ୍ରଶ୍ନ ସରକାରଙ୍କୁ ଅଡୁଆରେ ପକାଇ ଦେଇଛି । ଏହାକୁ ନେଇ ବିଧାନସଭା ଭିତରେ ବିରୋଧୀ ବିଜେପି ବିଧାୟକମାନେ ସରକାରଙ୍କୁ ଘେରିଥିବା ବେଳେ ବାହାରେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ସରକାରଙ୍କୁ କଟୁ ଆକ୍ଷେପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here