କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର JE ରତନେଶ କୁମାର ପାଣ୍ଡେଙ୍କୁ ଗିରଫ କରିଛି ଭିଜିଲାନ୍ସ । ସରକାରୀ କାମ ନ କରି ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । କନିଷ୍ଠ ଯନ୍ତ୍ରୀ ୯ ଲକ୍ଷ ୭୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନସଫର କରିଥିବା ଜଣାପଡ଼ିଛି । ୨୦୨୩-୨୪ରେ ଓଡ଼ିଶା ଭିଜିଲାନ୍ସର ଅଧିକାରୀଙ୍କ ଦ୍ୱାରା ତଦନ୍ତ ସମୟରେ ଶ୍ରୀ ପାଣ୍ଡେ ଗ୍ରାମ ପଞ୍ଚାୟତର ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର କରିଥିବା ଏବଂ ପିପିଲିର ଏସବିଆଇ ଶାଖାରେ ପରିଚାଳିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବା ଜଣାପଡିଥିଲା । ପଟ୍ଟାମୁଣ୍ଡାଇରେ ରାସ୍ତା ଲାଇଟ ଲଗାଇବା ନାଁରେ ଆସିଥିବା ଟଙ୍କାକୁ ସେ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ ହୋଇଥିବାର ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ହେରଫେରର ଅଧିକ ପ୍ରମାଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଏହି ସମ୍ପର୍କରେ, ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତ ଶ୍ରୀ ପାଣ୍ଡେଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ଆଇପିସି ଅନୁଯାୟୀ ମାମଲା ରୁଜୁ କରିଛି ଏବଂ ରତ୍ନେଶ କୁମାର ପାଣ୍ଡେଙ୍କୁ କଟକ ଭିଜିଲାନ୍ସକୋର୍ଟରେ ହାଜର କରାଯାଇଛି।














