ରଥଯାତ୍ରା ପାଇଁ ଆଜି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଛତିଶା ନିଯୋଗ ବୈଠକରେ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଦିନ 3ଟାରେ ରଥଟଣା ହେବ । ଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢେ ଆଠଟାରେ ତିନି ଠାକୁରଙ୍କ ପହଣ୍ଡି ହେବ । ଅପରାହ୍ନ ଦୁଇଟାରେ ଛେରାପହଁରା କାର୍ଯ୍ୟ ସଂପନ୍ନ ହେବ ଏବଂ ଦିନ ତିନିଟାରେ ରଥ ଟଣାଯିବ । ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରି ବିଜେ ଯାଏଁ ନୀତି ସମୟ ସ୍ଥିର କରାଯାଇଛି ।

ସ୍ନାନଯାତ୍ରା ଦିନ ରାତି ଗୋଟାଏରେ ମଙ୍ଗଳାର୍ପଣ, ଚାରିଟା ପର୍ଯ୍ୟନ୍ତ ପହଣ୍ଡି କରାଯିବ ।
ବାହୁଡା ଦିନ ସାଢେ ଦୁଇଟା ସୁଦ୍ଧା ପହଣ୍ଡି ଶେଷ । ଚାରିଟାରେ ରଥଟଣା ।
ଦିନ 11ଟାରୁ 12 ଟା ମଧ୍ୟରେ ମହାପ୍ରଭୁଙ୍କ ହାତୀବେଶ ।
ଅପରାହ୍ନ ଚାରିଟାରୁ ସାଢେ ପାଞ୍ଚଟା ଭିତରେ ସୁନାବେଶ ।
ରାତି ଆଠଟା ସୁଦ୍ଧା ଶେଷହେବ ଅଧରପଣା ।

LEAVE A REPLY

Please enter your comment!
Please enter your name here