ବିଦାୟ ନେବେ ମା | ମା ଜଗତଜନନୀଙ୍କୁ ମେଲାଣି ଦେବା ପାଇଁ ଚଳଚଂଚଳ ସମସ୍ତ ସହର | ସେପଟେ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ଭିଡକୁ ନିୟନ୍ତ୍ରଣ କରିବ ପାଇଁ ସହରର ବିଭିନ୍ନ ସ୍ଥାନରେ ୪୦ଟି ଆଉଟପୋଷ୍ଟ, ୨ଟି ରାପିଡ ଆକ୍ସନ ଫୋର୍ସ ସମେତ ୫୭ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ଲୁଟ ପାଟର ମାତ୍ର ବଢ଼ୁଥିବାରୁ ଭିଡ ମଧ୍ୟରେ ସାଦା ପୋଷାକଧାରୀ ପୁଲିସ୍ କର୍ମଚାରୀ ମୁତୟନ ହୋଇଛନ୍ତି | ସେପଟେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଦିନ ୧୧ ଟାରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି | ମୂର୍ତିମାନଙ୍କ ବିସର୍ଜନ ପାଇଁ ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି | ସହରର ସମସ୍ତ ମେଢ଼ ବିଭିନ୍ନ ସାହି ପରିକ୍ରମା କରି ଗୌରୀଶଙ୍କର ପାର୍କ ସାମ୍ନା ରାସ୍ତା ଦେଇ ଦେବୀଗଡ଼ାକୁ ଯିବାର ବ୍ୟବସ୍ଥା କରାଯାଇଛି | ଏହି ସବୁ ବ୍ୟବସ୍ଥାକୁ ନିଜେ ଡିସିପି ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରୁଛନ୍ତି |

LEAVE A REPLY

Please enter your comment!
Please enter your name here