ଆଧାରକାର୍ଡର ଅନିବାର୍ଯ୍ୟତାକୁ ନେଇ ସୁପ୍ରମିକୋର୍ଟ ନିଜର ରାୟ ଦେଇଛନ୍ତି । ଆଧାରକାର୍ଡ ଦେଶର ସାଧାରଣ ଲୋକଙ୍କ ପାଇଁ ପରିଚୟ ପାଲଟି ଯାଇଛି । ବିନା ଆଧାର କାର୍ଡରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବା ଅସମ୍ଭବ । ଆଧାର କାର୍ଡ ସୁରକ୍ଷିତ ଏବଂ କେହି ଏହାର ଡୁପ୍ଲିକେଟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ରାୟ ଶୁଣାଇବାବେଳେ ଜଷ୍ଟିସ୍ ଏ.କେ ସିକ୍ରି କହିଛନ୍ତି, ଶିକ୍ଷା ଆମକୁ ଆଙ୍ଗୁଳି ଛାପରୁ ହସ୍ତାକ୍ଷର ଆଡକୁ ନେଇଯାଇଥିଲା । କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ପୁଣି ଥରେ ଆମକୁ ଆଙ୍ଗୁଠିଛାପ କରାଇଲା । ଆଧାର ପ୍ରସ୍ତୁତ ସମୟରେ ଯେଉଁ ତଥ୍ୟ ନିଆଯାଉଛି ତାହା ବହୁତ କମ । କିନ୍ତୁ ଏଥିରୁ ମିଳୁଥିବା ଫାଇଦା ବହୁତ ଅଧିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଧାର ଉପରେ ପ୍ରଶ୍ନ କରିବା ସମ୍ବିଧାନ ବିରୋଧୀ ବୋଲି କହିଲେ ସୁପ୍ରିମକୋର୍ଟ । ତେବେ ଆଧାରକାର୍ଡରେ ଦିଆଯାଉଥିବା ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଡା ଆଇନ ଆଣିବାକୁ କୋର୍ଟ କେନ୍ଦ୍ରସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ୫ଜଣିଆ ଖଣ୍ଡପୀଠ କହିଛନ୍ତି, ମୋବାଇଲ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଯୋଡିବା ଅସାମ୍ବିଧାନିକ । କୋର୍ଟର ନିଷ୍ପତ୍ତି ଅନୁସାରେ ୬ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ଆଡମିଶନ ସମୟରେ ଆଧାର ବାଧ୍ୟତାମୂଳକ ନୁହେଁ । ଯଦି ସିବିଏସଇ, ନିଟ୍ ଆଧାରକାର୍ଡକୁ ଜରୁରୀ କରିଛନ୍ତି ତେବେ ଏହା ଭୁଲ । ସେମାନେ ଏପରି କରିପାରିବେ ନାହିଁ । କିନ୍ତୁ ଆୟକର ଦାଖଲ ପାଇଁ ଏହା ଜରୁରୀ । ସରକାର ଆଧାରକାର୍ଡ ପାଇଁ କୌଣସି ପ୍ରସ୍ତୁତି କରିନାହାଁନ୍ତି ।
ସୁଚନାଯୋଗ୍ୟ କି , ଏହି ମାମଲାର ଶୁଣାଣି ଜାନୁଆରୀ ୧୭ରୁ ଆରମ୍ଭ ହୋଇଥିଲା ଯାହା ୩୮ ଦିନ ଧରି ଚାଲିଥିଲା । ଆଧାର ଦ୍ୱାରା କୌଣସି ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ ହେଉଛି କି ନାହିଁ ଏବଂ ଏହାର ବୈଧତା, ଅନିବାର୍ଯ୍ୟତା ନେଇ କୋର୍ଟଙ୍କ ୫ଜଣିଆ ପୀଠ ଏହି ରାୟ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here