ରାଇଡିଂ ଆପ୍ ଓଲା ନିଜର ଯାତ୍ରୀଙ୍କ ସୁରକ୍ଷା ପାଇଁ ରିୟଲ ଟାଇମ୍ ମନିଟରିଂ ସିଷ୍ଟମ୍ ଲଞ୍ଚ୍ କରିବାକୁ ଯାଉଛି. ଏହା ଦ୍ୱାରା ଓଲା ଡ୍ରାଇଭର୍ ସହ ଯାତ୍ରୀଙ୍କ ଉପରେ ପୂରା ନଜର ରଖା ଯାଇପାରିବ. ଗାଡି କୋଉଠି କେତେ ସମୟ ରଖୁଛି, ଯାତ୍ରା ପାଇଁ କେତେ ସମୟ ଲାଗୁଛି ଇତ୍ୟାଦି ଉପରେ କଡା ନଜର ରଖିବା ପାଇଁ ଓଲା ଏହା କରିବାକୁ ଯାଉଛି. ଓଲା ଏହି ସିଷ୍ଟମ୍ କୁ ମଙ୍ଗଳବାର ଦିନ ବେଙ୍ଗାଲୁରୁ, ମୁମ୍ବାଇ ଓ ପୁନେରେ ‘ଗର୍ଜିୟନ’  ନାମରେ ଲଞ୍ଚ୍ କରିଛି. ତେବେ ଏହି ସିଷ୍ଟମ୍ ଟି ଆର୍ଟିଫିସିଆଲ୍ ଇଟେଲିଜେନ୍ସ ଓ ମେସିନ୍ ଲର୍ନିଂ ଟୁଲ୍ ଉପରେ ଆଧାରିତ, ଯାହା ଆସନ୍ତା ଅକ୍ଟୋବରରୁ କୋଲକାତା ଓ ଦିଲ୍ଲୀରେ ଆରମ୍ଭ ହେବ ଓ ଅନ୍ୟ ସହର ମାନଙ୍କରେ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ କରାଯିବ. ଏହି ପ୍ରୋଜେକ୍ଟ ମାଧ୍ୟମରେ ସବୁ ଟ୍ରିପ୍ ଗୁଡିକୁ ଏଆଇ ଅପରେଟେଡ୍ ସିଷ୍ଟମ ଦ୍ୱାରା ପରିଚାଳିତ କରାଯିବ.

LEAVE A REPLY

Please enter your comment!
Please enter your name here