୨୦୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ୟୁରୋପୀୟ ସଙ୍ଘର ଦୁଇ ଜଣ ଶୀର୍ଷ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି।ଏବେ ଗଣତନ୍ତ୍ର ଦିବସରେ ଏହି ଦୁଇ ନେତାଙ୍କ ଆଗମନ ଏହା ଦର୍ଶାଉଛି ଯେ, ଏବେ ୟୁରୋପୀୟ ସଙ୍ଘ ଭାରତ ସହ ସମ୍ପର୍କକୁ କେବଳ କୁଟନୈତିକ ସ୍ତରରେ ନୁହେଁ, ବରଂ ଆର୍ଥିକ ବୁଝାମଣା ସହ ନୂଆ ସ୍ତରକୁ ନେବାକୁ ଚାହୁଁଛି। ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର ଲେୟେନ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଏଣ୍ଟୋନିଓ କୋଷ୍ଟାଙ୍କୁ ଆମନ୍ତ୍ରଣ କରାଯାଇଛି। ୟୁରୋପର ଏହି ଦୁଇ ଶୀର୍ଷ ନେତା ଭାରତ ଆସିବାପରେ ଦୁଇ ପକ୍ଷ ମଧ୍ୟରେ ବ୍ୟବସାୟ ବୁଝାମଣା ଓ ଶିଖର ସମ୍ମିଳନୀର ବି ଆୟୋଜନ କରାଯାଇପାରେ। ଯେଉଁଠାରେ ଦୁଇ ପକ୍ଷଙ୍କ ମଧ୍ୟରେ ଫ୍ରି ଟ୍ରେଡ ଏଗ୍ରୀମେଣ୍ଟକୁ ନେଇ ଚର୍ଚ୍ଚା ବି ହୋଇପାରେ। ସୂଚନାଯାୟୀ ଦୀର୍ଘ ସମୟ ହେଲା ଭାରତ ଓ ୟୁରୋପୀୟ ସଙ୍ଘ ଏଫଟିଏକୁ ନେଇ ଆଲୋଚନା କରୁଛନ୍ତି । ବ୍ୟବସାୟ, ପୁଞ୍ଜିନିବେଶ, ଟେକ୍ନୋଲଜି ଓ ସପ୍ଲାଇ ଚେନ ପରି ବିଷୟକୁ ନେଇ ଏହି ବୁଝାମଣା ଦୁଇ ପକ୍ଷଙ୍କ ପାଇଁ ରଣନୈତିକ ସ୍ତରରେ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ।

LEAVE A REPLY

Please enter your comment!
Please enter your name here