ରାଜଧାନୀରେ ଚାକିରି ଦେବା ନାଁରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୃର୍ବୁତ୍ତ। ସୂଚନା ଅନୁସାରେ, ଗତ ୧୮ ତାରିଖରେ ଚାକିରି ଦେବାକୁ ଡାକି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ,ସେଥିରେ ସେ ଉଲ୍ଲେଖ କରିଥିଲେ, ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ। ଦରମା ୧୦ରୁ ୧୨ ହଜାର ମିଳିବ। ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ଫୋନ୍ କରିଥିଲେ। ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ,୧୮ ତାରିଖ ଦିନ ୨ଟା ବେଳେ ନାବାଳିକା ସେଠାରେ ପହଞ୍ଚିଥିଲେ। ନାବାଳିକା ଦେଖିଥିଲେ ରୁମ୍ ରେ ୩ ଜଣ ଯୁବକ ଅଛନ୍ତି। ନାବାଳିକାଙ୍କ ରୁମ୍ କୁ ଯିବା ମାତ୍ରେ ଜଣେ ଯୁବକ ବାହାରକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ । ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଏବଂ ଏହି ଅମାନବୀୟ କାଣ୍ଡର ଭିଡିଓ ମଧ୍ୟ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ,ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟ ବିହାର ଛକରେ ଛାଡ଼ି ଦେଇଥିଲେ। ନାବାଳିକା ଜଣକ ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୯ ତାରିଖ ଦିନ ପରିବାର ଲୋକ ସହିନଗର ଥାନାରେ ଏତଲା ଦେଇଥିଲେ । ଏହା ପରେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ସହ ବୟାନ ରେକର୍ଡ କରିଥିଲା ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଅକ୍ଷୟ ରାଉତ, ସାହିଲ୍ ଖାନ୍। ଏହି ଗଣଦୁଷ୍କର୍ମ ଘଟଣା ପରେ କ୍ରାଇମବ୍ରାଞ୍ଚ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବ ।













