କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା ।ହ୍ୟୁମାନଙ୍କ ମାଆ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ପୁଅକୁ ନିର୍ଯାତନା ଦିଆଯାଇଛି। ହ୍ୟୁମାନ ସାଗରଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି ଏତଲା ଦେଇଛନ୍ତି ତାଙ୍କ ମା’। ଏହି ଏତଲାରେ ମୃତ୍ୟୁର କାରଣ ସ୍ପଷ୍ଟ ଲଲ୍ଲେଖ କରାଯାଇନାହିଁ କିନ୍ତୁ ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମା। ଏହାସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତର ମଧ୍ୟ ତଦନ୍ତ ଦାବି କରି ଏତଲା ଦେଇଛନ୍ତି। ଏହି ଏତଲାରେ ହ୍ୟୁମାନଙ୍କ ମ୍ୟାନେଜର, ପତ୍ନୀ ଶ୍ରେୟା ଓ ତାଙ୍କ ପରିବାର ଏବଂ ଅର୍ପିତା ଚୌଧୁରୀଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ମା’ ।














