ବୁଧବାର ସକାଳେ ଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ ଗୋଟିଏ ତିନି ମହଲା କୋଠା ଘର ଭୁଶୁଡିଛି । ଏଥିରେ ୨ ଜଣ ପିଲାଙ୍କ ମୃତ୍ୟୁ ହେବା ସହ ଆଉ କିଛି ଲୋକ ପୋତି ହୋଇ ପଡିଥିବା ଆଶଙ୍କା ଉପୁଜିଛି । ଦୂର୍ଘଟଣା ସ୍ଥଳରୁ ୮ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସାଘାଂତିକ ଥିବା ଜଣାପଡିଛି । ଆହତମାନଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଶୋକ ବିହାର ଫେଜ-୩ ଅନ୍ତର୍ଗତ ସ୍ୱାନ ପାର୍କ ନିକଟରେ କୋଠାଟି ସକାଳ ପ୍ରାୟ ୯ଟା ବେଳେ ଭୁଶୁଡି ପଡିଥିବା କଥା ଜଣାପଡିଛି । ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଏନଡିଆରଏଫ ଟିମ୍ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here