୪୨ ଦିନ ଧରି ଚାଲିଛି କଲମ ଛାଡ ଆନେ୍ଦାଳନ । ଆନେ୍ଦାଳନ ଜାରି ରଖିଛନ୍ତି ରାଜ୍ୟ ମୁଖ୍ୟ ଦପ୍ତରରେ କାର୍ଯ୍ୟ କରୁଥିବା ଓଡିଶା ବିଭାଗୀୟ ମୁଖ୍ୟ ସେକ୍ସନ୍ ଅଫିସର ସଂଘ ଓ ଓଡିଶା ବିଭାଗୀୟ ମୁଖ୍ୟ ଅମଲା ସଂଘ । ଫଳରେ ୯ ତାଲାରେ ଥିବା ସବୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାମ ଠପ ହୋଇଯାଇଛି । ୪ ଦଫା ଦାବିରେ କର୍ମଚାରୀ ସଂଘ ଆନେ୍ଦାଳନ ଜାରି ରଖିଥିବାବେଳେ ସରକାର ଚୁପ୍ ହୋଇ ବସିଛନ୍ତି । ୪ ଦଫା ଦାବୀ ମଧ୍ୟରେ ସଂଘର ପ୍ରମୁଖ ଦାବୀ ହେଉଛି ଜିଲ୍ଲା ସ୍ତରରେ କାର୍ଯ୍ୟରତ କିରାଣୀଙ୍କ ନାମ ପରିବର୍ତ୍ତନ ଓ ସେମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିବା । ସେହିପରି ସର୍ବନିମ୍ନ ଦରମା ୯,୩୦୦ଟଙ୍କା କରିବାକୁ ସଂଘ ଦାବୀ କରିଛି । ଅନ୍ୟପଟେ ସେକ୍ସନ ଅଫିସର ଭଳି ପଦବିରେ ପଦୋନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଗତ ଏପ୍ରିଲ୍ ୧୬ ରେ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ନିଦେ୍ର୍ଦଶନାମା ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶ୍ନ ଉଠୁଛି ବିଭାଗୀୟ ମୁଖ୍ୟ ଦପ୍ତରର କର୍ମଚାରୀମାନେ ୪୨ ଦିନ ଧରି ଆନେ୍ଦାଳନ କରିବା ପରେ ବି ସରକାର ନୀରବ ରହିଛନ୍ତି କଣ ପାଇଁ । ସରକାରୀ କାମ କର୍ମଚାରୀଙ୍କ ଅନୁପସ୍ଥିତିରେ କେମିତି ଚାଲିଛି ବିଭାଗୀୟ କାମ ।

LEAVE A REPLY

Please enter your comment!
Please enter your name here