ଓଡିଶା ମାନବାଧିକାର ଆୟୋଗରେ ପହଞ୍ଚିଲା ପୁରୀ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା । ଓଡ଼ିଶା ମାନବାଧିକାର ଆୟୋଗରେ ଏହି ମାମଲା ରୁଜୁ ହୋଇଛି। ସମାଜସେବୀ ଏନ ଏ ସାହ ଅନସାରୀ ଏହି ଅଭିଯୋଗ ଆଣିଛନ୍ତି।
ଅଭିଯୋଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରାଯିବା ସହ ପକ୍ଷଭୁକ୍ତ କରାଯାଇଛି।
ଅଭିଯୋଗ ଅନୁଯାୟୀ, ରାସ୍ତା ଉପରେ ଦୀର୍ଘ ସମୟ ଧରି ବାଲି ରଖାଯାଇଥିଲା, ନା ବାରିକେଡ୍, ନା ସତର୍କ ସୂଚନାର ବୋର୍ଡ ଥିଲା। ଏଭଳି ଅବ୍ୟବସ୍ଥାରେ ସ୍କୁଟରଟି ନିୟନ୍ତ୍ରଣ ହରାଇ ଭାରସାମ୍ୟ ହରାଇଥିବା ବେଳେ ପଛପଟୁ ଆସୁଥିବା ଏକ ବସ ଦୁର୍ଘଟଣା ଘଟାଇଥିଲା। ଏହି ଅଭିଯୋଗରେ କୁହାଯାଇଛି ଯେ ଏହା ଭାରତ ସମ୍ବିଧାନର ଅନୁଚ୍ଛେଦ ୨୧ ଅର୍ଥାତ୍ ‘ଜୀବନର ଅଧିକାର’ ର ସିଧାସଳଖ ଉଲ୍ଲଂଘନ ହୋଇଛି। ମାନବାଧିକାର ଆୟୋଗଙ୍କୁ ଘଟଣାର ସ୍ୱତନ୍ତ୍ର ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ସମାଜସେବୀ ଏନ ଏ ସାହ ଅନସାରୀ ଏହି ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ଭୁବନେଶ୍ବର ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନ୍ୟୁଜ ସେଭେନର ପ୍ରତିନିଧି ଶୀଲା ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି। ଶୀଲା ଓ ଅନ୍ୟ ଜଣେ ମହିଳା ଏକ ସ୍କୁଟରରେ ଯାଉଥିବା ବେଳେ ରାସ୍ତାରେ ପଡ଼ିଥିବା ବାଲିରେ ନିୟନ୍ତ୍ରଣ ହରାଇବାରୁ ସ୍କୁଟି ସହ ପଡ଼ି ଯାଇଥିଲେ ଏବଂ ସେହି ସମୟରେ ପଛପଟୁ ଆସୁଥିବା ଏକ ବସ୍ ସେମାନଙ୍କ ଉପରେ ଚଢି ଯାଇଥିଲା।














