ମକର ସଂକ୍ରାନ୍ତିରେରେ ରାଜଧାନୀରେ ଘଟିଛି ଅଘଟଣ। ମାଞ୍ଜା ସୁତାରେ ଯୁବକଙ୍କ କଟିଗଲା ବେକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ,ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି କହିଛନ୍ତି ଡାକ୍ତର। ଖବର ପାଇ କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ନମ୍ବର ମାର୍କେଟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ପୋଲିସ ବିପୁଳ ପରିମାଣର ମାଞ୍ଜା ସୁତା ଜବତ କରିଛି । ସୂଚନା ଅନୁଯାୟୀ, ବିଗତ ୧ ମାସ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ମାଞ୍ଜା ସୁତା ବିକ୍ରି ପାଇଁ କଟକଣା ଜାରି କରାଯାଇଛି । କିଛି ବ୍ୟବସାୟୀ ଏହି ନିୟମକୁ ମାନୁଥିବା ବେଳେ ଅନ୍ୟ ବ୍ୟବସାୟୀ ମାନେ ଏହି କଟକଣାକୁ ମାନୁ ନାହାନ୍ତି,ଯାହାଫଳରେ ଅନେକ ଅଘଟଣ ଘଟୁଅଛି । ପୋଲିସ୍ ଏବେ ଏକ ନମ୍ବର ମାର୍କେଟରେ ଚଢ଼ାଉ କରିଛି। ଜୋନ ୧ଏସିପିଙ୍କ ନେତୃତ୍ବରେ ଏଭଳି ଚାଇନା ସୁତା ବା ମାଞ୍ଜା ସୁତା ବିକ୍ରି ନେଇ ଯାଞ୍ଚ ହୋଇଛି। ।














