ଭୁବନେଶ୍ବର – ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇଜଣ ବିଧାୟକଙ୍କୁ ଦଳରୁ ସସପେଣ୍ଡ୍ କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ସସପେଣ୍ଡ୍ କରିଛନ୍ତି । ଗତ କିଛି ଦିନ ଧରି ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଖୋଲାଖୋଲି ବିଜେପି ଶିବିରରେ ଦେଖିବାକୁ ମିଳୁଥିଲା । ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭୁରି ଭୁରି ପ୍ରଶଂସା କରୁଥିଲେ । ଗତ ଚବିଶ ବର୍ଷର ବିଜେଡି ସରକାର ଅମଳରେ କେନ୍ଦୁଝରର କିଛି ବିକାଶ ହୋଇନାହିଁ ବୋଲି କହିବା ସହ କେନ୍ଦୁଝରର ବିକାଶ ପାଇଁ ବିଜେପି ସରକାରକୁ ବାହା-ବା ଦେଇଥିଲେ । ସେହିପରି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ୍ କରାଯାଇଛି । ବିକଳ୍ପ ଦଳ ଗଠନ ପାଇଁ ବିଜୟ ମହାପାତ୍ର ଓ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ ଏକାଠି ହୋଇଥିଲେ । ତେବେ ବିଜେଡିର ନିଲମ୍ବନ ଆଦେଶ ପାଇବା ପରେ ଅରବିନ୍ଦ କହିଛନ୍ତି, ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି କି ଦଳ ବିରୋଧୀ କୌଣସି ମେଳିରେ ଯୋଗ ଦେଇନାହାଁନ୍ତି ।

LEAVE A REPLY

Please enter your comment!
Please enter your name here