ବଲିଉଡ ଭାଇଜାନ ସଲମାନ ଖାଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ନିକଟରେ ତାଙ୍କ ନିର୍ମିତ ଫିଲ୍ମ ‘ଲଭରାତ୍ରୀ’ ର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରଟି ରିଲିଜ ହେବା ପରେ ତାଙ୍କୁ ମିଳୁଛି ଧମକ । ଏଥିପାଇଁ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଆସନ୍ତାକାଲି ଏହାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି ।
ସୁଚନାଅନୁସାରେ ନିକଟରେ ‘ଲଭରାତ୍ରୀ’ର ଟ୍ରେଲର ରିଲିଜ ହେବା ପରେ ବିବାଦ ଉପୁଜିଥିଲା । ଅନେକ ହିନ୍ଦୁ ସଙ୍ଗଠନ ଫିଲ୍ମର ଫିଲ୍ମର ଟାଇଟେଲକୁ ନେଇ ଆପତ୍ତି ଉଠାଇଥିଲେ । ଏହି ଫିଲ୍ମର ଟାଇଟଲ ହିନ୍ଦୁ ପର୍ବ ନବରାତ୍ରୀକୁ ଅପମାନ କରୁଛି ବୋଲି ଅଭିଯୋଗ ହୋଇଥିଲା । ଫଳରେ ବିବାଦ ଅଧିକ ଦିନ ଘନେଇବା ପୂର୍ବରୁ ସଲମାନ ଫିଲ୍ମର ଟାଇଟଲ ପରିବର୍ତ୍ତନ କରି ଲଭୟାତ୍ରୀ ରଖିଥିଲେ । ପ୍ରକାଶ ଯେ, ଏହି ଫିଲ୍ମ ଜରିଆରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପୋଜିଟରେ ୱାରିନା ହୁସେନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।