ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ପ୍ରଥମ ପୋଷ୍ଟର ସୋମବାର ଦିନ ଜାରି କରାଯାଇଛି. ତେବେ ଏହି ଫିଲ୍ମରେ ବିବେକ ଓବରଏ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି. ଫିଲ୍ମଟିର ପ୍ରଡକ୍ସନ କାମ ସନ୍ଦିପ ସିଂ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ଓମଙ୍ଗ କୁମାର ତୁଲାଇଛନ୍ତି. ପିଏମ ମୋଦିଙ୍କ ଲୁକରେ ଓବରଏଙ୍କୁ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ଲୋକ ଏହି ଲୁକ୍ କୁ ନକଲି ଓ ହେଭି ମେକଅପ୍ ହୋଇଥିବା ପ୍ରକାଶ କରିଛନ୍ତି. ତେବେ ଏହି ଫିଲ୍ମକୁ ନେଇ ଅନେକ କମେଣ୍ଟ ମଧ୍ୟ ଆସିଛି. କିଛି ଲୋକ ଫିଲ୍ମଟି ସଂପୂର୍ଣ୍ଣରୂପେ ଫଟୋସପ୍ ରେ ହୋଇଥିବା କମେଣ୍ଟ କରିଥିବା ବେଳେ ସରି, ବିବେକ ସାର୍, ମୋଦିଙ୍କ ଭୂମିକା ପାଇଁ ପରେଶ ରାୱଲଙ୍କ ଛଡା ଆଉ କେହି ଭଲ ଆକ୍ଟର ନାହାନ୍ତି ବୋଲି ମଧ୍ୟ ଆଉ ଜଣେ କମେଣ୍ଟ କରିଛନ୍ତି. ଅନ୍ୟପଟେ ଏହି ଫିଲ୍ମଟି ପୂରାପୂରି ଦେଶଭକ୍ତି ଉପରେ ଆଧାରିତ ବୋଲି ମଧ୍ୟ କମେଣ୍ଟ ଆସିଛି.

 

LEAVE A REPLY

Please enter your comment!
Please enter your name here