କେନ୍ଦୁଝର ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗ ଅଧିକାରୀ କହି ଲୋକଙ୍କଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା । ମହିଳାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ମହିଳାଙ୍କୁ ଋଣ କରାଇଦେବା ପ୍ରତିଶ୍ରୁତି ଦେଇ ୩ କୋଟି ଠକେଇ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହି ମହିଳାମାନଙ୍କଠାରୁ ଋଣ କରିଦେବାକୁ ଟଙ୍କା ଆଦାୟ କରିଥିଲେ । ଅଭିଯୋଗ ପରେ କପ୍ତିପଦା ପୋଲିସ ଠକେଇ ଅଭିଯୋଗରେ ବିନୋଦିନୀଙ୍କୁ ଗିରଫ କରିଛି । ଭୁବନେଶ୍ୱର ହଂସପାଳରୁ ତାଙ୍କୁ ଗିରଫ କରାଯାଇଛି । ସେ ଠକେଇରେ ୩୦ରୁ ଊର୍ଦ୍ଧ୍ୱ ସିମ୍ ବ୍ୟବହାର କରିଥିଲେ । ବିଭିନ୍ନ ଥାନାରେ ମଧ୍ୟ ମହିଳାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି । ତେବେ ବିନୋଦିନୀ ରାକେଟର ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଅନ୍ୟ ମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରହିଛି ।













