କିଛି ଦିନରୁ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବିଜେଡ଼ିର ଏହି ନିଲମ୍ବନକୁ ନେଇ, ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ ତାଚ୍ଛଲ୍ୟ କରିଛନ୍ତି ଯେ, “ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ । ବିଜେଡି ମରିଯାଉଥିବା ନେଇ ଲୋକେ କହୁଛନ୍ତି। ସେମାନେ ବଞ୍ଚେଇବା ପାଇଁ ଏଭଳି ନାଟକ କରୁଛନ୍ତି। ତେବେ ନବୀନଙ୍କ ଯେଉଁ ଅଂହ ଥିଲା ଟିକେ କଟିଛି, ଦଳ ନ ମରିକି ବଞ୍ଚିକି ଥାଉ, ସାଲାଇନ ଦରକାର ହେଲେ ଆମେ ଦେବୁ। କୌଣସି ସଂଗଠିତ କ୍ରାଇମ୍‌ ଓଡ଼ିଶାରେ ଆଉ ନାହିଁ। ମାଫିଆ ଥିଲେ ହେଲେ ଆଜି ନାହାନ୍ତି। ଦିବ୍ୟଶଙ୍କର ମିଶ୍ର,ଅରୁଣ ସାହୁ,ପ୍ରତାପ ଜେନା ଯାହା କରିଥିଲେ ଆମେ ତାହା କରିନାହୁଁ।”

LEAVE A REPLY

Please enter your comment!
Please enter your name here