ଫେବୃଆରୀ ୨୦ ତାରିଖରେ ଆଗତ ହେବ ଓଡ଼ିଶା ବଜେଟ୍ । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍ । ୨୦୧୬-୨୭ ଆର୍ଥିକ ବର୍ଷ ପାଇଁ ଏବେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ । ସୂଚନା
ଅନୁଯାୟୀ,ବିଧାନସଭାର ବଜେଟ୍ ଅଧିବେଶନ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ । ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ ଯାହା ରାଜ୍ୟର ଆର୍ଥିକ ଯୋଜନା ଏବଂ ବିକାଶ ଏଜେଣ୍ଡା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ । ଏବର୍ଷ ଦୁଇଟି ପର୍ଯ୍ୟାୟରେ ଏଥର ବିଧାନସଭା ବଜେଟ୍ ଅଧିବେଶନ ଚାଲିବ । ଏପ୍ରିଲ ୮ ତାରିଖ ଯାଏଁ ଏହି ବଜେଟ୍ ଅଧିବେଶନ ଚାଲିବା ନେଇ ତାରିଖ ଧାର୍ଯ୍ୟ ହୋଇଛି ।














