ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲାକ ଚାଟିକଣା ପଞ୍ଚାୟତ ବାରିଗୁଡ଼ା ଗ୍ରାମର ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆକ୍ରାନ୍ତରେ ଜଣେ ଛାତ୍ରୀଙ୍କ ଜୀବନ ଚାଲି ଯାଇଛି ଓ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି ରାତ୍ରି ଭୋଜନରେ ହଷ୍ଟେଲରେ ପିଲାଙ୍କୁ ଚାରୁ ପାଣି ଏବଂ ଶାଗୁ ଖାଇବାକୁ ଦିଆଯାଇଥିଲା । ହଠାତ୍ ରାତିରେ ପିଲାମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ପରେ ଝାଡ଼ା ଏବଂ ବାନ୍ତି ହୋଇଥିଲା । ଜଣକ ପରେ ଜଣେ ଛାତ୍ରୀ ଏଭଳି ଅଭିଯୋଗ କରିଥିଲେ । ସମସ୍ତଙ୍କୁ ବିଳମ୍ବିତ ରାତିରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଝାଡ଼ାବାନ୍ତିର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଏପର୍ଯ୍ୟନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ମେଡ଼ିକାଲ କର୍ତ୍ତୃପକ୍ଷ ଏ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି।

LEAVE A REPLY

Please enter your comment!
Please enter your name here