ରାଉରକେଲାରେ ଛାତ୍ରୀଙ୍କୁ ଦୁଷ୍କର୍ମ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଛାତ୍ରୀଙ୍କୁ ବିଷ ଦେଇ ହତ୍ୟା କରାଯାଇଛି । ମୃତକ ଛାତ୍ରୀ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମର ଅଟନ୍ତି। ଏହି ଘଟଣା ରାଉରକେଲା ସ୍ଥିତ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗାଁରେ ଘଟିଛି । ଜଙ୍ଗଲରୁ ମୃତଦେହ ମିଳିବା ପରେ ବିଶ୍ରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଗୁରୁବାର ଦିନ ନାବାଳିକା ଜଣଙ୍କ ସାଇକେଲରେ ପାଠ ପଢିବାକୁ ସ୍କୁଲକୁ ଯାଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ସ୍କୁଲକୁ ଆସିନଥିବା ଶିକ୍ଷକ ତାଙ୍କ ବାପାଙ୍କୁ କଲ କରି କହିଥିଲେ। ଏହାପରେ ତୁରନ୍ତ ପରିବାର ଲୋକେ ଝିଅକୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ପରିବାର ଲୋକେ ଅପହରଣ କରାଯିବା ନେଇ ବିଶ୍ରା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିବା ବେଳେ ଜଙ୍ଗଲରୁ ଝିଅର ମୃତ ଦେହ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ରାଉରକେଲା ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here