ବରଷକ ପରେ ପୁଣି ଆସିଛି ରଜ । କୁଆଁରୀ ଝିଅ ମନରେ ଭରି ଦେଇଛି ନୂଆ ପୁଲକ । ଓଡିଆ ଘରର ଏହି ନିଆରା ପର୍ବର ସ୍ୱତନ୍ତ୍ରତା ରହିଛି । ସଜବାଜ ଠାରୁ ଆରମ୍ଭ ହୋଇଥାଏ ରଜର ମାହୋଲ । ନୂଆଡ୍ରେସ ପିନ୍ଧି ଝିଅମାନେ ସଜେଇ ହେବା ପରେ ରଜଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ଅନନ୍ୟ ।  ଏ ହେଉଛି ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଗାଁରେ ରଜ ଅବସର । ଗୋଟିଏ ପଡିଆରେ ତିଆରି କରାଯାଇଛି ବିଭିନ୍ନ ପ୍ରକାରର ଦୋଳି । କୋଉଠି ବାଉଁଶ ଦୋଳି ତ ଆଉ କୋଉଠି କାଠପଟା ଦୋଳି । ଏମିତି ଦୋଳିରେ ଗାଁ ଝିଅମାନେ ଏକାଠି ହୋଇ ରଜ ମନଉଛନ୍ତି । ପାଦରେ ଅଳତା, ପାଟିରେ ରଜପାନ । ରଜଗୀତରେ ଉଛୁଳୁଛି ସାରା ପଡିଆ । ଖାଲି ଦୋଳି ନୁହେଁ, ସୁସ୍ୱାଦୁ ପିଠାର ପର୍ବ ହେଉଛି ରଜ । ପିଠା ପଣାରେ ମହକୁଛି ଗାଁଠୁ ସହର । ବିଭିନ୍ନ ପ୍ରକାରର ପିଠାପଣା ଭିତରେ ରଜରେ ସ୍ୱତନ୍ତ୍ର ଭାବେ ପୋଡପିଠା ହୋଇଥାଏ । ଆଉ ପୋଡପିଠାର ବାତ୍ସ୍ନାରୁ ବାରି ହୋଇଯାଇଥାଏ ରଜର ମହକ ।  ଚାରିଦିନ ଧରି ପାଳିତ ହେଉଥିବା ରଜପର୍ବକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର । ଆଧୁନିକତାର ଚାକଚକ୍ୟତା ଭିତରେ ବି ରଜପର୍ବ ତାର ନିଆରା ପଣ ଏବେ ବି ଜାହିର ରଖିଛି ।

LEAVE A REPLY

Please enter your comment!
Please enter your name here