କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଥିବାରୁ, ଫେବୃଆରୀ ୧୨ ତାରିଖ ଗୁରୁବାର ଦିନ ଓଡ଼ିଶା ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଳନ କରିବ । ସୂଚନା ଅନୁଯାୟୀ, ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଭାରତ ବନ୍ଦ ଆନ୍ଦୋଳନର ଡାକରା ଦେଇଛି କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ ଏବଂ ଏହାକୁ ଅନେକ ସଂଗଠନ ସମର୍ଥନ ମଧ୍ୟ ଜଣାଇବା ସହ, ଅନେକ ଚାଷୀ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି ।ଏହି ବନ୍ଦ ଡାକରା କେନ୍ଦ୍ର ସରକାରଙ୍କ ୪ଟି ନୂଆ ଲେବର୍ କୋଡକୁ ବିରୋଧ କରି ଦିଆଯାଇଛି । ସୂଚନାଅନୁଯାୟୀ, ପୂର୍ବ ବର୍ଷ ମୋଟ ୨୯ଟି ଲେବର୍ ଲ’କୁ ସରକାର ବଦଳାଇଥିଲେ ଏବଂ ଏହା ବଦଳରେ ୪ଟି ନୂଆ ଲେବର କୋଡ ଆଣିଥିଲେ । ଏହାକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଅଖିଳ ଭାରତୀୟ କିଷାନ ସଭା ସମେତ କୃଷକ ସଂଗଠନଗୁଡ଼ିକ ଏହି ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିନାମା ବା ଟ୍ରେଡ୍ ଡିଲ୍କୁ ନେଇ ଖପ୍ପା ହୋଇଛନ୍ତି ସଂଗଠନ । ଏହି ଧର୍ମଘଟରେ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ଭାରତ ବନ୍ଦରେ, ଆସନ୍ତାକାଲି ଓଡ଼ିଶାରେ ଏହି ସେବାଗୁଡ଼ିକ ପ୍ରଭାବିତ ହେବ:
ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ , ପୋଷ୍ଟ୍ ଅଫିସ, ସରକାରୀ କାର୍ଯ୍ୟାଳୟ , ଅନେକ ଅଞ୍ଚଳରେ ଦୋକାନ ଏବଂ ସ୍ଥାନୀୟ ବଜାର,କିଛି ଅଞ୍ଚଳରେ ଇନ୍ଧନ ପମ୍ପ, ଶିଳ୍ପ କାରଖାନା ଇତ୍ୟାଦି ।













