ରାୟଗଡାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ। ଆସନ୍ତା ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଓଡିଶାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ପୁଣି ରାୟଗଡାରେ ଲାଗିଛି ମାଓ ପୋଷ୍ଟର। କିଛି ଦିନ ପୂର୍ବେ ରାୟଗଡା, ମାଓ ଶୂନ୍ୟ ଅଞ୍ଚଳ ଘୋଷଣା ହୋଇଥିବାବେଳେ, ଆଜି ପୋଷ୍ଟର ଲଗାଇ ତାଙ୍କ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାୟଗଡାର ବାଇଶିଙ୍ଗ ମୁଖ୍ୟ ରାସ୍ତାର ଧୁମାଗୁଡା ଗ୍ରାମ ନିକଟରେ ଏହି ମାଓ ବ୍ୟାନର ଲଗାଯାଇଛି। ମାଓନେତା ମେଘ ଜାନି, ଡମ୍ବୁରୁ ମାଝୀଙ୍କ ନାଁରେ ପୋଷ୍ଟର ଲାଗିବା ସହ,ପୋଷ୍ଟରରେ ସବ୍ୟସାଚୀ ପଣ୍ଡା ଆଦିବାସୀ ନଥିବା ମଧ୍ୟ ଉଲ୍ଲେଖ ରହିଛି। ଆଜାଦ୍, ଉଦୟ ଓ ନିଖିଲ ମଧ୍ୟ ଆଦିବାସୀ ନୁହନ୍ତି। ଜିଲ୍ଲାର କମ୍ପାନୀମାନେ ନୀରବ ରହିବାକୁ ଉଲ୍ଲେଖ ରହିଛି। ମାଓ ପୋଷ୍ଟର ଲାଗିବା ପରେ ପାଖାପାଖି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here