ମା’ – ଏମିତି ଏକ ନାଁ ଯାହାର ମମତାର ମୂଲ୍ୟ କେହିବି ଶୁଝି ପାରିବେନି । ମାଆର ଭଲ ପାଇବାକୁ ଯିଏ ଗୋଡରେ ଆଡେଇ ଦେଇ ଚାଲିଯାଇପାରିବ ତାକୁ କଣ ବା କୁହାଯିବ? ୧୦ ମାସ ୧୦ଦିନ ଗର୍ଭରେ ଧରି ଛୁଆଟିକୁ ଛୋଟରୁ ବଡ କରିଥାଏ ମାଆ । ଯେତେବେଳେ ଆମେ କଥା କହିବା ଆରମ୍ଭ କରୁ ସେତେବେଳେ ଆମ ପାଟିରୁ ମା’ର ନାଁ ହିଁ ଆସିଥାଏ । ନିଜ କଷ୍ଟ ଭୁଲି ପିଲାଙ୍କୁ ପାଳିପୋଷି ମଣିଷ କରିଥାଏ ସେହି ମା’ । କିନ୍ତୁ ପିଲାଟେ ଯେତେବେଳେ ପାଠଶାଠ ପଢି ସକ୍ଷମ ହୋଇଯାଏ, ତାପରେ ଆରମ୍ଭ ହୋଇଯାଏ ମାର ଯନ୍ତ୍ରଣାର କାହାଣୀ । ଏଭଳି କିଛି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ସହରର ଇନ୍ଦ୍ରାନଗର ଅଞ୍ଚଳରେ । ସହରୀ ପୁଅକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥିଲା ମା । ହେଲେ ଇନ୍ଦ୍ରାନଗର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏସ. ତାବିଟେୟା ୯୦ ବର୍ଷର ମା କୁ ଦେଖି କବାଟ କିଳିଦେଲେ । ଆଉ ତାପରେ କବାଟ ବାହାରେ ବସି ନିଜ ଯନ୍ତ୍ରଣାକୁ ବଖାଣିଛନ୍ତି ଏହି ଅସହାୟ ମା’ ଜଣକ ।
ସ୍ୱାମୀଙ୍କର ଦେହାନ୍ତ ପରେ ନିଜ ଗାଁରେ ରହୁଥିଲେ କ୍ରୀଷ୍ଣାବେଣୀ । ବୃଦ୍ଧାଙ୍କର ଦୁଇ ପୁଅ ବାହାରେ ରହୁଥିଲେ । ମାର ବୃଦ୍ଧାବସ୍ଥା ଦେଖି ଗାଁରୁ ଆଣି ସହରରେ ନିଜ ନିକଟରେ ରଖିଥିଲେ ସାନପୁଅ । ବୃଦ୍ଧା ଜଣକ ବଡ ପୁଅ ନିକଟକୁ ଯିବା ପାଇଁ ଜିଦ୍ କରିଥିଲେ । ପରେ ବଡ ପୁଅ ଘରକୁ ମଧ୍ୟ ଗଲେ । ସାନ ଭାଇ ବୃଦ୍ଧା ମାକୁ ସାଥିରେ ନେଇଥିଲେ ସୁଦ୍ଧା ଦୁଇ ଭାଇଙ୍କ ମନୋମାଳିନ୍ୟ ଯୋଗୁଁ ଗେଟ୍ ପାଖରେ ଛାଡିଦେଇ ସାନ ଭାଇ ଚାଲିଆସିଥିଲା ।
ବଡ ପୁଅର ଫାଟକ ବାରମ୍ବାର ବାଡେଇବା ପରେ ବଡପୁଅ ଫାଟକ ଖୋଲିଥିଲା । କିନ୍ତୁ ମାକୁ ଦେଖି ପୁଣି କବାଟ ବନ୍ଦ କରି ଚାଲିଯାଇଥିଲା । ଏହାପରେ ବୃଦ୍ଧା ମା ଜଣକ ଡାକି ଡାକି କବାଟ ଆଗରେ ଶୋଇଯାଇଥିଲେ । ପରେ ସ୍ଥାନୀୟ ବାସିନ୍ଦା ପୁଲିସକୁ ସୂଚନା ଦେବାପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା । ପୁଲିସ ସାନପୁଅକୁ ଡାକି ମାଙ୍କୁ ତାଙ୍କ ଘରକୁ ଫୁଣି ଫେରାଇ ଦେଇଥିଲା । କିଛି ଲୋକ ଏହି ଦୃଶ୍ୟର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ

LEAVE A REPLY

Please enter your comment!
Please enter your name here