କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି. ଅଜୟଙ୍କୁ ସବୁବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସମର୍ଥନ କରୁଥିବାରୁ ଇସ୍ତଫା ସମୟରେ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି.  ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ରାହୁଲଙ୍କୁ ଭେଟି ମାକନ ନିଜର ଇସ୍ତଫା ପତ୍ର ଦେଇଛନ୍ତି ଯାହାକୁ ରାହୁଲ ଗ୍ରହଣ କରିଛନ୍ତି. ତେବେ ଏହା ପୂର୍ବରୁ ମାକନ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଇସ୍ତଫା ପତ୍ର ମଧ୍ୟ ଦେଇଥିଲେ, ମାତ୍ର ହାଇ କମାଣ୍ଡ ଏହାକୁ ଗ୍ରହଣ କରିନଥିଲେ. ତେବେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ଏହି ପଦ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ଦିଆଯାଇପାରେ ଦିଲ୍ଲୀ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି.

LEAVE A REPLY

Please enter your comment!
Please enter your name here