ଆସନ୍ତାକାଲି ଫେବୃଆରୀ ୧୭ ମଙ୍ଗଳବାର ଠାରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। ୪୬ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିପାଇଁ ପରୀକ୍ଷା ପୂର୍ବରୁ ନିୟମକୁ କଡ଼ାକଡ଼ି କରିଛି CBSE। ସକାଳ ୧୦ ଓ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSE ନିର୍ଦ୍ଦେଶ ଦେଇଛି। ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ, ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ଓ ସବୁ ସେଣ୍ଟରରେ କଡାକଡି ଚେକିଂ ହେବା ନେଇ ସୂଚନା ରହିଛି। CBSEର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସନ୍ୟମ ଭରଦ୍ୱାଜ ଘୋଷଣା କରିଛନ୍ତି ଯେ ସକାଳ ୧୦ଟା ୩୦ରେ ଆରମ୍ଭ ହେବାକୁ ଥିବା ସକାଳ ସିଫ୍ଟ ପ୍ରଶ୍ନପତ୍ର ପାଇଁ ସକାଳ ୧୦ଟା ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପରୀକ୍ଷା ପ୍ରଶ୍ନପତ୍ର ୧୦:୧୫ରେ ଦିଆଯିବ। ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ଅତିରିକ୍ତ ସମୟ ଦିଆଯିବ ଓ ପ୍ରଶ୍ନପତ୍ର ପଢିବାର ୧୫ ମିନିଟ୍ ମଧ୍ୟରେ ଛାତ୍ରମାନଙ୍କୁ ହଇରାଣ ନ କରିବାକୁ ବୋର୍ଡ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here