ଶନିବାରଠାରୁ ପ୍ରବଳ ବର୍ଷା ସମ୍ଭାବନା । ୫ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୫-୬ରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ରୁ ବର୍ଷାର ତୀବ୍ରତା ବଢିବ । ୭ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଜୁନ ୧ରୁ ଏଯାଏଁ ରାଜ୍ୟରେ ୫୨୨ ଦଶମିକ ୯ ମିଲିମିଟର ବର୍ଷା ହୋଇଛି । ଦୁଇ ଜିଲ୍ଲା ବୌଦ୍ଧ , କନ୍ଧମାଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେହିଭଳି ଏଯାଏଁ ୭ ଜିଲ୍ଲା , ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି ଏବଂ ମୟୁରଭଞ୍ଜରେ ନିଅଣ୍ଟିଆ ବର୍ଷା ହୋଇଛି । ଅନ୍ୟ ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here