ମୋବାଇଲ ଆପ ଜରିଆରେ ଆପଣ ବହୁଥର ଟ୍ୟାକ୍ସି ସେବାର ଆନନ୍ଦ ଉଠାଇଥିବେ । ପୁଣି କେତେଥର ରାଇଡ ବୁକ୍ କରିବା ପରେ ଡ୍ରାଇଭର ଆସିବାକୁ ମନା କରିଥିବେ । କିମ୍ବା ରାଇଡ କ୍ୟାନସଲ ନକରି ଆସିନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିବେ । ଫଳରେ ଆପଣଙ୍କ ଉଭୟ ସମୟ ନଷ୍ଟ ହୋଇଥାଏ । ଏହି ସମସ୍ୟାର ସମାଧାନ କରିବା ପାଇଁ ଦିଲ୍ଲୀ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ଏହାଦ୍ୱାରା ଆପଣ ଟ୍ୟାକ୍ସି ବୁକ୍ କରି ସାରିଥିଲେ ଏବଂ ଡ୍ରାଇଭର ଲୋକେଶନ ଆସିବାକୁ ମନାକଲେ ତାଙ୍କୁ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।
ଦିଲ୍ଲୀ ସରକାର ଏହି ନୀତି ଦ୍ୱାରା ସର୍ଜ ପ୍ରାଇସିଙ୍ଗରେ ନିୟନ୍ତ୍ରଣ ରଖିବାକୁ ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ ରଖିବା ପାଇଁ ପ୍ରସ୍ତାବ ଆଣିଛନ୍ତି । ଏହି ନୀତିରେ ଯଦି କୌଣସି ବି ଯାତ୍ରୀ ଅଭିଯୋଗ କରନ୍ତି ଯେ , କ୍ୟାବ ଡ୍ରାଇଭର ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି ତେବେ ସେହି କ୍ୟାବ ଚାଳକ ଏବଂ କମ୍ପାନୀ ଉପରେ ପୁଲିସ ନିକଟରେ ମାମଲା ରୁଜୁ ହେବ ଓ କମ୍ପାନୀ ଏହାକୁ ଗ୍ରହଣ ନକଲେ ୧ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here