ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉ ଥିବାବେଳେ, ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିାରୀମାନେ ଉପସ୍ଥିତ ଅଛନ୍ତି । ଆଗକୁ ରାଜ୍ୟସଭା ନିର୍ବାଚନ ଥିବା ବେଳେ, ରାଜ୍ୟସଭା ପାଇଁ କେଉଁ କେଉଁ ମାନଙ୍କ ନାମ ଘୋଷଣା କରାଯିବ ସେନେଇ ଆଜି କୋର୍ କମିଟି ବୈଠକରେ ଆଲୋଚନା ହୋଇପାରେ ଓ ଏହାସହ ରାଜ୍ୟ ବିଜେପି ଠାରୁ ମୋହର ବାଜିବା ପରେ ଏହି ନାମକୁ ପରବର୍ତୀ ସମୟରେ କେନ୍ଦ୍ର ସଂସଦୀୟ ବୋର୍ଡକୁ ମଧ୍ୟ ସୁପାରିଶ ପାଇଁ ପଠାଯିବ ଏବଂ ଏହା ବ୍ୟତୀତ ବୋର୍ଡ ଏବଂ ନିଗମ ଗୁଡିକର ଅଧକ୍ଷ ପଦରେ କେଉଁ ମାନେ ବସିବେ, ସେ କଥାରେ ମଧ୍ୟ ଚର୍ଚ୍ଚା ହେବ ବୋଲି କୁହାଯାଉଛି। ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟସଭା ପାଇଁ ଓଡିଶାରୁ ଏବେ ୪ଟି ଆସନ ଖାଲି ହେବାସହ ୨ଟି ଆସନ ବିଜେପି ଖାତାରେ ରହିଛି, ସେଇ ୨ଟି ଆସନ କାହାକୁ ଦିଆଯିବ, ରାଜ୍ୟସଭାରେ କେଉଁମାନେ ପାର୍ଥୀ ରହିବେ, ସେନେଇ ଆଜିର ବୈଠକରେ ସ୍ଥିର କରାଯାଇପାରେ ।













