ବାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ସାଇନାଙ୍କ ଭୂମିକାରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ । ସାଇନାଙ୍କ ଭୂମିକା ପାଇଁ ଶ୍ରଦ୍ଧା ଜୋରସୋରରେ ବ୍ୟାଡମିଣ୍ଟନ ପ୍ରାକ୍ଟିସ କରୁଛନ୍ତି । ଏବଂ ଏହାକୁ ବାସ୍ତବ ରୂପ ଦେବା ପାଇଁ ସେ ୪୦ ବ୍ୟାଡମିଣ୍ଟନ କ୍ଲାସ ମଧ୍ୟ ନେଇସାରିଛନ୍ତି । ଶନିବାର ଶ୍ରଦ୍ଧାଙ୍କ ଫାର୍ଷ୍ଟ ଲୁକ ଜାରି କରାଯାଇଛି ।
ଫଟୋରେ ଶ୍ରଦ୍ଧା ବ୍ୟାଡମିଣ୍ଟନ କୋର୍ଟରେ ନଜର ଆସିଛନ୍ତି । ବ୍ୟାଡମିଣ୍ଟନ କୋର୍ଟରେ ସାଇନାଙ୍କୁ ଯେଉଁଭଳି ସ୍ପିରିଟରେ ଦେଖିବାକୁ ମିଳିଥାଏ ଫଟୋରେ ମଧ୍ୟ ଶ୍ରଦ୍ଧାଙ୍କୁ ଏକା ଅନ୍ଦାଜରେ ଦେଖିବାକୁ ମିଳିଛି । ଭୂଷଣ କୁମାର ପ୍ରଡକ୍ସନ ଏବହ ଅମୋଲ ଗୁପ୍ତେଙ୍କ ନିଦେ୍ର୍ଦଶନାରେ ଏହି ଫିଲ୍ମ ନିର୍ମାଣ ହେଉଛି ।

LEAVE A REPLY

Please enter your comment!
Please enter your name here