ଶୁକ୍ରବାର ଇଣ୍ଡୋନେସିଆରେ ସୁଲାେଓସି ଦ୍ୱୀପରେ ଅନୁଭୂତ ଶକ୍ତିଶାଳୀ ଭୂକମ୍ପ ଓ ସୁନାମୀ ପରେ ରବିବାର ଦିନ ଏହାର ମୃତ୍ୟୁସଂଖ୍ୟା 832 ଅତିକ୍ରମ କରିଥିବା,  ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।  7.5 ତୀବ୍ରତାର ଭୂକମ୍ପରେ ଶତାଧିକ ଘରବାଡି ଭୁଷୁଡି ପଡିଥିଲାବେଳେ ହଜାର ହଜାର ଲୋକେ ତଳେ ଚାପି ହୋଇଯାଇଥିଲେ । ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ସୁନାମି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସୁନାମିରେ 3 ଲକ୍ଷ 50 ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ 400 ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭୂକମ୍ପ ପରବର୍ତ୍ତୀ ସୁନାମିରେ ପ୍ରାୟ 5ଫୁଟ ଉଚ୍ଚର ସମୁଦ୍ର ଢେଉ ମାଡି ଆସିବାରୁ ବହୁ ଲୋକ ଭାସିଯାଇ ପ୍ରାଣ ହରାଇଛନ୍ତି । ନିଖୋଜଙ୍କ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନା ସହାୟତା ନିଆଯାଇଥିବା ରାଷ୍ଟ୍ରପତି ଜୋକୋ ୱିଡେଡେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here