ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । ଏହା ପ୍ରମାଣିତ କରିଛନ୍ତି ମଧ୍ୟପ୍ରଦେଶର ସୁରଭି ଗୌତମ । ପିଲାଦିନରୁ ହିଁ  ଆଇଏଏସ୍ ହେବା ପାଇଁ ସ୍ୱପ୍ନ ଦେଖିଥିଥିଲେ  ସୁରଭି । ହେଲେ ଗାଁର ପାଠପଢା ତାଙ୍କୁ ବେଶୀ ଆଗକୁ ନେଇପାରିନଥିଲା । ପିଲାଦିନେ ଇଂରାଜୀରେ ବହୁତ ଦୁର୍ବଳ ଥିଲେ ସେ । ମାତ୍ର ସ୍ୱପ୍ନକୁ ସାକାର କରିବାର ଚେଷ୍ଟା ଜାରି ରଖିଲେ । ଭୋପାଳରେ ଇଲୋଟ୍ରୋନିକ୍ସ ଓ କମ୍ୟୁନିକେଶନ ଇଂଜନିୟରିଂ କଲେ ସୁରଭି । କଲେଜ ପାସ ପରେ ସେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରରେ(ବାର୍କା)ରେ ନ୍ୟୁକ୍ଲିୟର ସାଇଣ୍ଟିସ ଭାବେ 1 ବର୍ଷ କାର୍ଯ୍ୟ କରିଥିଲେ । ବିଭିନ୍ନ ପରୀକ୍ଷା ଗେଟ, ଇସ୍ରୋ, ସେଲ, ଏମପିପିଏସସି, ଦିଲ୍ଲୀ ପୋଲିସ ଓ ଏଫସିଆଇ ଆଦିରେ ସଫଳ ହୋଇଥିଲେ । ଏହାପରେ ମଧ୍ୟ ସେ ପଛକୁ ଫେରିନଥିଲେ । 2013 ରେ ଆଇଇଏସ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେହିପରି 2016 ରେ ଆଇଏଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ 50 ତମ ସ୍ଥାନ ହାସଲ କରିଥିଲେ । ନିଜର ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଥିଲେ ।

ସୁରଭିଙ୍କ ପିତା ଜଣେ ଓକିଲ ହୋଇଥିଲା ବେଳେ ମା’ ଜଣେ ଶିକ୍ଷୟତ୍ରୀ । ସୁରଭି ଜଣେ ବିବାହିତା ମହିଳା ଓ 3ଟି ସନ୍ତାନର ଜନନୀ ।  ବର୍ତ୍ତମାନ ସେ ଭଡୋଦରାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ।

LEAVE A REPLY

Please enter your comment!
Please enter your name here