ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ମୁଣ୍ଡଳିକୁ ଯାଇ ସେଠାରେ ଥିବା କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମଙ୍କୁ ସମ୍ବୋଧିତ କରି ଶାହ ସିଆଇଏସଏଫ୍ ଭୂମିକାକୁ ପ୍ରଶଂସା କରି କହିଛନ୍ତି, ‘ଦେଶର ଔଦ୍ୟୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ। ଏହା ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି। ବୀରତ୍ୱ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଛି CISF। ୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ। ୭୦ଟି ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି CISF। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି। ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ। CISF ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି । CISF ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି। ମାଓବାଦୀଙ୍କ ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ବପ୍ନ ଧୂଳିସାତ ହେବ। ଆମ ସୁରକ୍ଷାକର୍ମୀ ସେମାନଙ୍କୁ ପରାସ୍ତ କରି ପ୍ରଭୁତ୍ବ ଦେଖାଇବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୁରକ୍ଷା ବଳକୁ ଆହୁରି ସଶକ୍ତ କରିବା ପାଇଁ CISF ପାଇଁ ୮୮ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଶାହ।

LEAVE A REPLY

Please enter your comment!
Please enter your name here