ଅକ୍ଟୋବର ୨ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତି ଅବସରରେ ଓଡିଶାରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି ।  ପ୍ଲାଷ୍ଟିକ୍ , ପଲିଥିନ ବ୍ୟାଗ୍  ଓ ଥର୍ମକୁଲ ବ୍ୟବହାର ଆଜିଠାରୁ ବନ୍ଦ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ , ବହ୍ମପୁର, ରାଉରକେଲା, ସମ୍ବଲପୁର, ଏବଂ ପୁରୀରେ କଡାକଡି ଭାବେ ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ଡ୍ରାଫ୍ଟ ନିଦେ୍ର୍ଦଶନାମା ବିଗ୍ୟପ୍ତି ପ୍ରକାଶ କରିଛନ୍ତି । ଯେଉଁମାନଙ୍କ ନିକଟରେ ସରକାରଙ୍କ ନିୟମାବଳୀଠାରୁ ଅଧିକ ମାଇକ୍ରନରର ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଅଛି ତାହାକୁ ଆସନ୍ତା ମାସରେ ଶେଷ କରିବେ । ଅକ୍ଟୋବର ୨୬ ପରେ ଏହି ସାମଗ୍ରୀ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏହି ନିୟମ ଉଲ୍ଲଘଂନ କଲେ ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା କରାଯିବ । ରାଜ୍ୟସରକାରଙ୍କ ନିୟମ ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି,ବ୍ୟବସାୟ, ଉତ୍ପାଦନ , ଆମଦାନୀ  ସଂରକ୍ଷିତ ରଖିପାରିବେ ନାହିଁ । ୫୦୦ ମିଲିଲିଟରଠୁ କମ ପରିମାଣର ପାଣି ବୋତଲ , ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ ପ୍ରସ୍ତୁତ ଥାଳି, ଚାମଚ, କପ , ପ୍ଲେଟ , ଗ୍ଲାସ , ଷ୍ଟ୍ର କିମ୍ବା ତରଳ ପଦାର୍ଥ ରହୁଥିବା କଣ୍ଟେନର  ମଧ୍ୟ ବ୍ୟବହାର କରାଯିବନି । ସେହିଭଳି କୌଣସି ବ୍ୟକ୍ତି ଜାଣତରେ କିମ୍ବା ଅଜାଣତରେ ପ୍ଲାଷ୍ଟିକ ଏଣେତେଣେ ଫିଙ୍ଗି ପାରିବେ ନାହିଁ ।

ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରତିଷ୍ଠାନରେ ଚଢଉ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହାକୁ ମାସେ ପର୍ଯ୍ୟନ୍ତ କୋହଳ କରାଯିବା ସହ ନିୟମ ନମାନିଲେ ନଭେମ୍ବର ୨ରୁ ମାମଲା ରୁଜୁ ହେବ । ତେବେ ପୁରୀ ସହରରେ ଚଢାଉ ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ନିକଟରେ ଥିବା ଦୋକାନ ଗୁଡିକରେ ରେଡ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟାନ ହେବାପରେ ଏବେ ପୁଣି ଥରେ କାଗଜ ଠୁଙ୍ଗାର ପ୍ରଚଳନ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here