ଆଜି ରାଜ୍ୟରୁ ସର୍ବାଧିକ ୩୦ ଜିଲ୍ଲାରୁ ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୨୮ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୫୬ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୯୦ ହଜାର ୯୮୬କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହେଲେଣି ୬୨,୮୧୩, ଆକ୍ଟିଭ କେସ୍ ରହିଛି ୨୭,୬୭୨ । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୫୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୯୨, ବାଲେଶ୍ୱର-୧୧୯, ବରଗଡ-୧୫୭, ଗଞ୍ଜାମ-୧୭୭, ଯାଜପୁର-୧୭୬, ମୟୂରଭଞ୍ଜ-୧୭୭, ରାୟଗଡା-୧୫୪, ସମ୍ବଲପୁର-୧୮୨, ସୁନ୍ଦରଗଡ-୧୦୧, ଅନୁଗୁଳ-୧୩, ଭଦ୍ରକ-୮୨, ବଲାଙ୍ଗୀର-୯୯, ବୌଦ୍ଧ-୫, ଦେଓଗଡ-୧୬, ଢେଙ୍କାନାଳ-୬୦, ଗଜପତି-୯, ଜଗତସିଂହପୁର-୪୩, ଝାରସୁଗୁଡା-୯୪, କଳାହାଣ୍ଡି-୨୭, କନ୍ଧମାଳ-୫୮, କେନ୍ଦ୍ରାପଡା-୭୬, କେନ୍ଦୁଝର-୬୩, କୋରାପୁଟ-୮୯, ମାଲକାନଗିରି-୪୪, ନବରଙ୍ଗପୁର-୩୧, ନୟାଗଡ-୭୬, ନୂଆପଡା-୧୯, ପୁରୀ-୧୨୧, ସୋନପୁରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସମ୍ବଲପୁରରୁ ସର୍ବାଧିକ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡରୁ୨, ଭଦ୍ରକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ସମ୍ବଲପୁରର ୨ ମୃତକ ୭୫ ଓ ୫୮ ବର୍ଷୀୟ ପୁରୁଷ । ସମ୍ବଲପୁରର ଅନ୍ୟ ମୃତକ ଜଣକ ୬୦ ବର୍ଷୀୟ ମହିଳା । ବରଗଡର ୭୬ ବର୍ଷୀୟ ମହିଳା, ୬୫ବର୍ଷୀୟ ପୁରୁଷ ମୃତ । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here