ରାଉରକେଲା ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଅଭିଯାନରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଏବଂ ହଜିଯାଇଥିବା ୧୦୦ରୁ ଅଧିକ ମୋବାଇଲ୍ ଫୋନ୍ କୁ ଜବତ କରିଛି ପୋଲିସ। ଗୁରୁବାର ଦିନ ରାଉରକେଲା ପୋଲିସ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଜବତ ହୋଇଥିବା ଫୋନଗୁଡ଼ିକୁ ସେମାନଙ୍କର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଅଧିକ୍ଷକ ନିତେଶ ୱାଧୱାନୀ ବ୍ୟକ୍ତିଗତ ଭାବରେ ଫୋନ୍ ହସ୍ତାନ୍ତର କରିଥିଲେ । ରାଉରକେଲା ପୋଲିସ ଚୋରି ହୋଇଥିବା ଫୋନ ବାହାର କରି ଫେରାଇ ଆଣିବାରେ ଏକ ରେକର୍ଡ ସ୍ଥାପନ କରିଛି। ଏହି ଅଭିଯାନର ସଫଳତା ରାଉରକେଲା ପୋଲିସଙ୍କୁ ବ୍ୟାପକ ଭାବରେ ପ୍ରଶଂସା କରିଛନ୍ତି ଲୋକେ।













