ଦିଲ୍ଲୀପ ରାୟ ନିଜ ସୋସିଆଲ୍ ମିଡିଆ Xରେ ଓଡ଼ିଶାରୁ ରାଜ୍ୟସଭାକୁ ବିଜୟୀ ହୋଇଥିବା ଲେଖିଛନ୍ତି । ରାଜ୍ୟସଭାକୁ ବିଜୟୀ ହୋଇଥିବାରୁ ଦିଲ୍ଲୀପ ରାୟ ସମସ୍ତଙ୍କୁ ବିନମ୍ର ଭାବେ କୃତଜ୍ଞତା ଜଣାଇଛନ୍ତି ଓ ଲେଖିଛନ୍ତି, “ଆଜି ଓଡ଼ିଶାରୁ ରାଜ୍ୟସଭାକୁ ବିଜୟ ମୋର ଏକାକୀ ବିଜୟ ନୁହେଁ । ଏହି ବିଜୟରେ ଦଳୀୟ ନୀତି ବାହାରେ ବିଧାୟକ ମାନଙ୍କର ବିଶ୍ଵାସ, ସଦିଚ୍ଛା ପ୍ରତିଫଳନ ହୋଇଛି ।” ବିଜେପି ସଦସ୍ୟଙ୍କ ସମର୍ଥନକୁ ଧନ୍ୟବାଦ ଜଣାଇଛନ୍ତି ଓ ତାଙ୍କୁ ଭୋଟ୍ ଦେଇଥିବା ବିଜେଡି, କଂଗ୍ରେସ ଓ ସ୍ଵାଧୀନ ବିଧାୟକଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।ସେ ଲେଖିଛନ୍ତି, “ଏଭଳି କ୍ଷଣ ଆଣ ଗଣତନ୍ତ୍ର ସତ୍ୟର ଶକ୍ତିକୁ ଦର୍ଶାଉଛି । ଯେଉଁଠି ରାଜ୍ୟର ଲୋକଙ୍କ ବୃହତ୍ତର ସ୍ଵାର୍ଥ୍ୟ ଓ ବ୍ୟାପକ ହିତ ଏକାଠି ଆସୁଛି ।ମୁଁ ଏହି ଦାୟିତ୍ଵକୁ ନମ୍ରତାର ସହ ଦୃଢ଼ କର୍ତ୍ତବ୍ୟ ନିଷ୍ଠ ଭାବେ ସ୍ଵୀକାର କରୁଛି । ରାଜ୍ୟୱାରେ ମୁଁ ଓଡ଼ିଶାବାସୀଙ୍କ ଆକାଂକ୍ଷାର ପ୍ରତିନିଧିତ୍ଵ କରିବାକୁ ପ୍ରୟାସ କରିବି । ରାଜ୍ୟ ତଥା ଦେଶର ପ୍ରଗତି ପାଇଁ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିବି ।ମୋ ଉପରେ ସମସ୍ତଙ୍କ ଭରସା ଓ ବିଶ୍ଵାସ ପାଇଁ ଯୋଡ଼ ହସ୍ତରେ ଧନ୍ୟବାଦ ଜଣାଉଛି ।”













