ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇବା ପରେ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ସୁବାସିନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଦଳ ଛାଡ଼ିଛନ୍ତି ଅନୀଲ ମହାନ୍ତି। ୧୯୮୫ରୁ ଅନିଲ ମହାନ୍ତି ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲେ । ତିନି ତିନି ଥର ବ୍ଲକ ସଭାପତି ଦାୟିତ୍ୱରେ ରହିଥିଲେ। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଇସ୍ତଫା ଦେଇଛନ୍ତି। ଉଭୟେ ସେମାନଙ୍କର ପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଏହି ନିଷ୍ପତ୍ତି ନେଇ ଦଳ ଛାଡ଼ିଛନ୍ତି। ଗତକାଲି ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ଓ ଦଳବିରୋଧୀ କାର୍ଯ୍ୟକଳାପ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଚିଠି ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ନିଲମ୍ବନ କରିଛନ୍ତି।

LEAVE A REPLY

Please enter your comment!
Please enter your name here