ରାଜ୍ୟସଭା ନିର୍ବାଚନ ପରେ ବିଜେଡିର ୬ ବିଧାୟକ ନିଲମ୍ୱିତ ହେବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହା ମଧ୍ୟରେ କଟକ ମେୟର ସୁବାଷ ସିଂ କହିଛନ୍ତି ଯେ,”ବିଜେଡି ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ହୋଇଥିଲା । ତାଙ୍କର ବୟାନ ରାଜନୀତିକୁ ଆହୁରି ଖୋରାକ ଯୋଗାଇଛି । ଗତ ସାଧାରଣ ନିର୍ବାଚନ ପରେ ବିଜେଡିକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ ହୋଇଥିଲା । ଏ ସଂପର୍କରେ ଦଳ ସଭାପତିଙ୍କ ପାଖରେ ସବୁ ଖବର ଥିଲା । ଆଉ ଏବେ ଜଳ ଜଳ ହୋଇ ସବୁ ଦିଶୁଛି । ରାଜ୍ୟସଭା ନିର୍ବାଚନରେ ସବୁ ସ୍ପଷ୍ଟ ହୋଇ ଯାଇଛି । ଏମିତି ଲୋକଙ୍କ ବିରୋଧରେ ଦଳ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ ।” ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ ପତ୍ର ଲେଖାଯିବ ।













