ଆସନ୍ତା ସୋମବାର ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ଗତକାଲି ବିଜେଡ଼ି ନେତା ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ ହୋଇଥିବା ହଙ୍ଗମାକୁ ନେଇ ବିଜୁ ଯୁବ ଜନତା ଦଳ ପ୍ରତିବାଦ କରିବ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବିଜେଡ଼ି କର୍ମକର୍ତ୍ତାମାନେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବେ ବୋଲି ସଭାପତି ଚିନ୍ମୟ ସାହୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଥିବା ପ୍ରତାପ ଜେନାଙ୍କ ସରକାରୀ ବାସଭବନ ସମ୍ମୁଖରେ କିଛି ଯୁବକ ହଙ୍ଗାମା କରି ବାଣ ଫୁଟାଇ ପ୍ରତାପ ଏବଂ ପାଣ୍ଡିଆନଙ୍କୁ ତୀବ୍ର ବିରୋଧ କରିଥିଲେ । ଯେଉଁମାନଙ୍କୁ ବିଜୁ ବାବୁ ମଣିଷ କରିଥିଲେ ସେମାନେ ବିଧାୟକଙ୍କୁ ନିଲମ୍ବିତ କରି ଘରେ ଲୁଚି ବସିଛନ୍ତି । ସେମାନେ ବିଜୁ ବାବୁଙ୍କ ଦଳକୁ ଆଜି ବୁଡ଼ାଇ ଦେବାକୁ ବସିଛନ୍ତି ବୋଲି ଚିତ୍କାର କରି କହିଥିଲେ । ଏହି ସମୟରେ ତାଙ୍କ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ସେମାନେ ଦେବୀରଞ୍ଜନ ତ୍ରିପାଠୀଙ୍କ ସମର୍ଥକ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here