ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଇସ୍ରାଏଲ ଓ ଆମେରିକା ଦ୍ଵାରା ଇରାନ ଉପରେ ଆକ୍ରମଣ ଜାରି ରହିଛି ଓ ଇରାନ ମଧ୍ୟ ଆକ୍ରମଣ କରୁଛି। ଇରାନୀ ଗଣମାଧ୍ୟମ ଦାବି କରିଛି ଯେ ହର୍ମୁଜ୍ ଦ୍ୱୀପ ନିକଟରେ ଏକ F-15 ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଜେଟ୍ ଶତ୍ରୁ ଦେଶର ଥିଲା ଏବଂ ଦକ୍ଷିଣ ଅଞ୍ଚଳ ଉପରେ ଉଡୁଥିଲା। ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହାକୁ ଭୂମି-ଭିତ୍ତିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଟାର୍ଗେଟ କରିଥିଲା। ଏହି ଦାବିକୁ ନେଇ ଆମେରିକା କିମ୍ବା ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଇରାନ ସହିତ ଚାଲିଥିବା ଯୁଦ୍ଧରେ ଆମେରିକା ଏବଂ ଇସ୍ରାଏଲ ବହୁତ୍ କ୍ଷତି ସହିଛନ୍ତି। ୨୨ ଦିନରେ, ଉଭୟ ଦେଶ ୨୮ରୁ ଅଧିକ ବିମାନ ଏବଂ ଅନେକ ମହଙ୍ଗା ସାମରିକ ଭିତ୍ତିଭୂମି ହରାଇ ସାରିଛନ୍ତି। ମାର୍ଚ୍ଚ ୧୯ରେ ଇରାନ ଏକ F-35 ଗୁପ୍ତ ଯୁଦ୍ଧ ବିମାନକୁ ଟାର୍ଗେଟ କରିଥିବା ଦାବି କରିଥିଲା। ଇରାନ ଅଞ୍ଚଳରେ ଏକ ଡଜନରୁ ଅଧିକ ଇସ୍ରାଏଲୀ ଡ୍ରୋନ୍ ମଧ୍ୟ ନଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ ଆମେରିକା ୧୨ଟି MQ-9 ରିପର ଡ୍ରୋନ୍ ସମେତ ୧୬ ଟି ବିମାନ ହରାଇ ସାରିଛି।

LEAVE A REPLY

Please enter your comment!
Please enter your name here