ଇରାନକୁ ଲାଗିଛି ଶକ୍ତ ଝଟକା । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ନୌସେନାର କମାଣ୍ଡର ରିଅର ଆଡମିରାଲ ଆଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ହୋଇଥିବାର ଦାବି କରିଛି ଇସ୍ରାଏଲ୍ । ଜଣେ ଇସ୍ରାଏଲୀ ଅଧିକାରୀ ଦାବି କରିଛନ୍ତି ଯେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ସମୟରେ ବନ୍ଦର ଆବାସରେ ତାଙ୍ଗସିରିଙ୍କ ମୃତ୍ୟୁ ହୋଇଛି । ତାଙ୍ଗସିରି ହର୍ମୁଜ୍ ଷ୍ଟ୍ରେଷ୍ଟ ବନ୍ଦ କରିବାକୁ ଧମକ ଦେଇଥିଲେ । ତେବେ ଇରାନ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ଆଲିରେଜା ତାଙ୍ଗସିରି ୨୦୧୮ ମସିହାରୁ IRGC ନୌସେନାର କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ଇରାନର ନୌସେନା ରଣନୀତିରେ ଜଣେ ପ୍ରମୁଖ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା। ତାଙ୍କ ନାମ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାର ଧମକ ସହିତ ଜଡିତ ଥିଲା । ତାଙ୍ଗସିରି ଅନେକ ଥର ଧମକ ଦେଇଥିଲେ ଯେ ଆବଶ୍ୟକତା ସ୍ଥଳେ ଇରାନ ହର୍ମୁଜକୁ ଶତ୍ରୁ ପକ୍ଷ ପାଇଁ ବନ୍ଦ କରିପାରିବ । ସୂଚନନୁଯାୟୀ, ଆମେରିକା-ଇସ୍ରାଏଲ୍ ସହିତ ଯୁଦ୍ଧରେ ଇରାନର ଏଯାବତ ୮ ଜଣ ଶୀର୍ଷ ନେତାଙ୍କୁ ହରାଇଛି ।

LEAVE A REPLY

Please enter your comment!
Please enter your name here