ଚଳିତ ବର୍ଷ ଶାନ୍ତି ପଇଁ ନୋବେଲ ପୁରସ୍କାର ପାଇବେ ଆଫ୍ରିକାସ୍ଥିତ କଙ୍ଗୋର ଡାକ୍ତର ଡେନିସ ମୁକେଓ୍ଵଜ ଓ  ଇରାକର ସାମାଜିକ କର୍ମୀ ନାଦିଆ ମୁରାଦ. ନୋବେଲ ପୁରସ୍କାର ଟୟନ କମିଟି ଏହି ଘୋଷଣା କରିଛି. ଏଠାରେ ଉଲ୍ଲେଖଯାଗ୍ୟ ଯେ, 2014 ମସିହାରେ ନାଦିଆ ମୁରାଦଙ୍କ ସମେତ ଆଉ କେତେଜଣ ୟାଜିଦି ଯୁବତୀଙ୍କୁ ଆଇଏସଆଇଏସ ଆତଙ୍କବାଦୀମାନେ ଅପହରଣ କରି ନେଇ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ଯୌନଦାସୀ କରି ରଖିଥିଲେ. ପରେ ସେମାନେ ଆତଙ୍କବାଦୀଙ୍କ କବଳରୁ ମୁକୁଳି ଥିଲେ. ତେବେ ସେମାନେ ଭାଙ୍ଗି ନପଡି ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ମାନଙ୍କ ପାଇଁ କିଛି କରିବାକୁ ଭାବିଥିଲେ ଓ ସେବେଠାରୁ ସେମାନଙ୍କ ପାଇଁ କାମ ମଧ୍ୟ କରିଆସୁଛନ୍ତି. ତେବେ ପୁରସ୍କାର ବାବଦରେ ମିଳିବାକୁ ଥିବା 9 ନିୟୁତ ସ୍ୱିସ କ୍ରୋନକୁ ଦୁଇ ନୋବେଲ ପୁରସ୍କାର ବିଜେତାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ. ଯାହା ସେମାନଙ୍କ କାର୍ଯ୍ୟରେ ଲାଗିପାରିବ. ତେବେ ଏଠାରେ କୁହାଯାଇପାରେ ଯେ, ପ୍ରସିଦ୍ଧିଲାଭ କରିଥିବା ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଛି. ତେବେ ଏହି ପୁରସ୍କାର ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ  ଘୋଷଣା କରାଯାଇଥାଏ.

LEAVE A REPLY

Please enter your comment!
Please enter your name here