ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଆଂଶିକ ଲକଡାଉନ୍ କଟକଣା ଆସନ୍ତାକାଲି ସକାଳ ଶେଷ ହେଉଛି । ଆଜି ଏନେଇକି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ନିୟମାବଳୀ ଜାରି କରାଯାଇପାରେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ସମ୍ପର୍କରେ ଆଜି ଘୋଷଣା କରିବେ । ଅପରାହ୍ନ ୨.୩୦ରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଜୁଲାଇ ଗାଇଡଲାଇନ୍ ନେଇ ସୂଚନା ଦେଇପାରନ୍ତି । ସେପଟେ ରାଜ୍ୟରେ କରୋନା ମୃତ୍ୟୁ ଆଜି ୪ ହଜାର ଟପିଲା । ରାଜ୍ୟରେ ଆଜି ସର୍ବାଧିକ ୪୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୧୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୭, କଟକ ଏବଂ ନୟାଗଡରୁ ୫ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଏବଂ ସୁନ୍ଦରଗଡରୁ ୪ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଦୈନିକ ସଙ୍କ୍ରମଣ ମଧ୍ୟ ଉପରମୁହାଁ । ରାଜ୍ୟରେ ୨୪ ଘଣ୍ଟାରେ ୩ ୩୭୧ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୯୨୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୪୯ ରହିଛି ।

LEAVE A REPLY

Please enter your comment!
Please enter your name here